ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ପକ୍ଷରୁ ବ୍ଲକ୍‌ସ୍ତରୀୟ ଯୁବ ଦିବସ ପାଳନ କରାଯାଇଛି। ଆସ୍ପାୟାର ବ୍ଲକ୍‌ ସଂଯୋଜକ ଅଶୋକ କୁମାର ସାହୁଙ୍କ ସଭାପତିତ୍ବରେ ରୋଟାରିଆନ ବସନ୍ତ କୁମାର ପୃଷ୍ଟି ମୁଖ୍ୟଅତିଥି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ ମହାରଣା ମୁଖ୍ୟବକ୍ତା ଭାବେ ଯୋଗଦେଇ ବିବେକାନନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶୁଭାଶିଷ ମହାରଣା, ଆସ୍ପାୟାର ରାଜ୍ୟ ସଂଯୋଜକ ରବି କୁମାର, ରାଜ୍ୟ ଶିକ୍ଷା ସଂଯୋଜକ ଡମ୍ବରୁଧର ନିଆଲ, ତୁରୁମୁଙ୍ଗା ଶିଶୁ ବାଟିକା ଅଧ୍ୟକ୍ଷ ଅନିଲ କୁମାର ଚାଉଡ଼ା, ସାହିତ୍ୟଘର ସଂପାଦକ ଅକ୍ଷୟ କୁମାର ପଲେଇ ଓ 'ସମ୍ବାଦ' ପ୍ରତିନିଧି ଶ୍ରୀନିବାସ ପାଇକରାୟ ଯୋଗଦେଇଥିଲେ। ଶେଷରେ ଉପସ୍ଥିତ ଯୁବଗୋଷ୍ଠୀ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହମୁକ୍ତ ପଞ୍ଚାୟତ ଗଠନ ପାଇଁ ଶପଥ ପାଠ କରିଥିଲେ। ସୁବ୍ରତ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନର ବ୍ଲକ୍‌ ଶିକ୍ଷା ସଂଯୋଜକ ମଧୁସୂଦନ ମୁଣ୍ଡା, ଆଇସିଡିଏସ୍‌ ସଂଯୋଜିକା ବାସନ୍ତୀ ମହାନ୍ତ, ଏମ୍‌ଆଇଏସ୍‌ ସଂଯୋଜକ ପ୍ରସନ୍ନ ବେହେରା, କ୍ଲଷ୍ଟର ସଂଯୋଜକ ବିନୋଦ ସାହୁ, ଆନନ୍ଦ ସାହୁ, ସୁବ୍ରତ ସେଠୀ, ବିଜୟ ମହାନ୍ତ, ସିମେଲ ଗାଗରାଇ, କ୍ଲଷ୍ଟର ଶିକ୍ଷା ସଂଯୋଜକ ବିଭୁଦତ୍ତ ନାୟକ, ଅଜୟ ସାହୁ, ସୁଶାନ୍ତ ବେହେରା, ଭରତ ମାଝୀ, ଶ୍ରବଣ କୁମାର ପଲେଇ, ଭରତ ମହାକୁଡ଼, ଧରିତ୍ରୀ ସାମନ୍ତରାୟ ସହଯୋଗ କରିଥିଲେ। | SambadEpaper
Logo